କ୍ଷମା ମାଗିଲା ଅଭିଜିତ, କରିଛି ଅକ୍ଷମଣୀୟ ଅପରାଧ

ଭୁବନେଶ୍ବର () ବିଧାନସଭା ଗୃହ କମିଟିକୁ ଭୁଲ ମାଗିଲା ଅଭିଜିତ ଆୟାର ମିତ୍ର । ସେ ଓଡିଶାର ସଂସ୍କୃତି, କୋଣାର୍କ ଏବଂ ବିଧାୟକଙ୍କ ଉପରେ ଦେଇଥିବା ମତ ଅକ୍ଷମଣୀୟ । ଏଥିପାଇଁ ତାଙ୍କୁ କେହି କ୍ଷମା ଦେବେନି । ତଥାପି ସେ ଗୃହ କମିଟିକୁ ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଏଥିସହିତ ଆଜି ବିଧାନସଭା ଗୃହ କମିଟିରେ ଉପସ୍ଥିତ ହେବେ ବୋଲି ମଧ୍ୟ ପୂର୍ବରୁ ବାଚସ୍ପତି ଓ କମିଟିର ଅଧ୍ୟକ୍ଷ ଭାବେ ବିରୋଧୀ ଦଳ ନେତାଙ୍କୁ ଇ-ମେଲରେ ଲେଖି ଜଣାଇଥିଲେ । ଲିକ୍ଷିତ କ୍ଷମା ପ୍ରାର୍ଥନା ଓ କମିଟିରେ ହାଜର ହେବାକୁ କହି ମଧ୍ୟ ସେ ଆଜି କମିଟି ବୈଠକକୁ ଆସିନଥିଲେ ।

ତେବେ ଓଡିଶା ଉପକୂଳରେ ତିତଲିକୁ ନେଇ ସୃଷ୍ଟି ହୋଇଥିବା ଆତଙ୍କ ଏବଂ ଟ୍ରେନ ଓ ବିମାନ ଚଳାଚଳା ବ୍ୟାହତ ହୋଇଥିବାରୁ ସେ ଆଜି କମିଟି ନିକଟରେ ହାଜର ହୋଇପାରିଲେ ନାହିଁ । ଏଭଳି ବିଚାର କରି କମିଟି ଆସନ୍ତା 23 ତାରିଖରେ ତାଙ୍କୁ ପୁଣି ଥରେ ଗୃହ କମିଟି ଆଗରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରାଯାଇଛି । ତାଙ୍କ ଇ-ମେଲ ବାର୍ତ୍ତାରୁ କମିଟି ହୃଦୟଙ୍ଗମ କରିଛି ଯେ, ସେ ଜାଣିଶୁଣି ବୈଠକକୁ ଟାଳୁନାହାଁନ୍ତି । ଏହିଦୃଷ୍ଟିରୁ ତାଙ୍କୁ ଆଉଥରେ ସୁଯୋଗ ଦିଆଯାଇଥିବା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ।

ଏଥିସହିତ ଅଭିଜିତ ବାଚସ୍ପତି ଓ ଗୃହ କମିଟି ଅଧ୍ୟକ୍ଷଙ୍କୁ ଲେଖିଥିବା ଇ-ମେଲ ବାର୍ତ୍ତାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିନାହାଁନ୍ତି । ତେବେ ତାଙ୍କ ବିରୋଧରେ ରାଜ୍ୟର ଅନ୍ୟ ଥାନାରେ ଚାଲିଥିବା ମାମଲାରେ ଗୃହ କମିଟି ହସ୍ତକ୍ଷେପ କରିବ ନାହିଁ କିମ୍ବା ଗୃହ କମିଟିରେ ଯେଉଁ ଦିଗକୁ ନେଇ ତଦନ୍ତ ହେଉଛି ସେଥିରେ ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କମିଟିର ଅଧ୍ୟକ୍ଷ ସ୍ପଷ୍ଟ କରିଦେଇଛନ୍ତି । ଆଗକୁ ଦୁର୍ଗପୂଜା ରହିଥିବାରୁ, ଛୁଟି ପରେ ଅର୍ଥାତ 23 ତାରିଖରେ ତାଙ୍କୁ ପୁଣି ଥରେ ହାଜର ହେବାକୁ ନୋଟିସ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − 6 =