ଏନଏଚଆରସି ଗାଇଡଲାଇନ ଅନୁସାରେ ତଦନ୍ତ କରାଯିବ

ଭୁବନେଶ୍ୱର()  ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତୁ୍ୟ ଘଟଣାକୁ ନେଇ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏଭଳି ମୃତୁ୍ୟ ହେଲେ ତଦନ୍ତ ନେଇ ଏନଏଚଆରସିଙ୍କ ଗାଇଡଲାଇନ ଅଛି । ଏକ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରୁଛନ୍ତି । ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ଏନଏଚଆରସି ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ ବୋଲି ଡିଜିପି କହିଛନ୍ତି ।

ଅନ୍ୟପକ୍ଷରେ ପୁରୀରେ ହାଜତ ମୃତୁ୍ୟ ଘଟଣାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲେ ପୁଲିସ ସହ ଧସ୍ତାଧସ୍ତି ଯୋଗୁଁ ଅଭିଯୁକ୍ତର ମୃତୁ୍ୟ ହୋଇଥିବା ଏସପି ଅଖିଳେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ମାନିଛନ୍ତି । ତାଙ୍କ କହିବା ଅନୁଯାୟୀ କେ.ରମେଶ ନାମକ ଜଣେ ବ୍ୟକ୍ତି ମାରଣାସ୍ତ୍ର ବୁଲୁଥିବା ଖବର ମିଳିଥିଲା । ତାଙ୍କୁ ଧରିବା ପେଳେ ପୁଲିସ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଏଥିରେ କେ.ରମେଶ ଆହତ ହୋଇଥିଲେ । ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିଲା । ତେବେ ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାସେଳୀସାହି ଥାନାରେ ଏନେଇ ମାମଲ ରୁଜୁ କରାଯାଇଛି ।

ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି । ପୁଲିସ ମାଡ଼ରେ ମୃତୁ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି ।

Share

Leave a Reply

Your email address will not be published. Required fields are marked *

14 − 12 =