ଦାଦା ବଟି ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

କଟକ() କଟକ ଭୁବନେଶ୍ୱରରେ ପାର୍ବଣ ସମୟରେ ଦାଦାବଟି ରୋକିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ବିଭିନ୍ନ ଅପରାଧୀ ଗୋଷ୍ଠୀ ବ୍ୟବସାୟୀଙ୍କ ନିକଟରୁ ଏହି ସମୟରେ ବଟି ଆଦାୟ କରିବାର ନଜିର ରହି ଆସିଥିବା ବେଳେ ଥାନା ସ୍ତରରେ ପୁଲିସ ଏହି ବେଆଇନ କାରବାର ବନ୍ଦ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଏଭଳି କାରବାରରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଡିଜି ଅଭୟ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ନିଦେ୍ର୍ଧଶ ଦେଇଛନ୍ତି ।

ପୁଲିସ ଡିଜି ଅଭୟ ପୁଲିସ ମୁଖ୍ୟାଳୟରେ କଟକ ଓ ଭୁବନେଶ୍ୱରର ଅପରାଧ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ । ସହରରେ ଘଟୁଥିବା ଅପରାଧ ଓ ବଳ ପୂର୍ବକ ବଟି ଆଦାୟ କିମ୍ବା ଦାଦା ବଟି ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଏହାଛଡ଼ା ଦୁର୍ଗାପୂଜା ସମୟରେ କୋଭିଡ କଟକଣା ଯେଭଳି ଖିଲାପ ହେବନାହିଁ, ସେନେଇ ପୁଲିସ ଅଧିକାରୀଙ୍କୁ ତାଗିଦ କରାଯାଇଛି । ଆଇନ ଶୃଙ୍ଖଳା ସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ଡିଜି ବୈଠକରେ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପି୍ରୟଦର୍ଶୀ, ଗୁଇନ୍ଦା ନିଦେ୍ର୍ଧଶକ, ଆଇନ ଶୃଙ୍ଖଳା ବିଭାଗ ଅତିରିକ୍ତ ଏଡିଜି, ଆଇନ ଶୃଙ୍ଖଳା ଆଇଜି, ଡିସିପି କଟକ ଓ ଭୁବନେଶ୍ୱର ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

one × 2 =