ମୁକୁଳିବେ ଅଭୟ ପାଠକ

ଭୁବନେଶ୍ୱର: ଠକେଇ ମାମଲାରେ ଜେଲରେ ଥିବା ଆଇଏଫଏସ ଅଭୟ ପାଠକଙ୍କୁ ମିଳିଛି ଜାମିନ୍ । ୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଳରେ ଜାମିନ ଦେଇଛି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ୍ । ୩ଟି ଥାନାରେ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା ବେଳେ ଆଜି ଶେଷ ମାମଲାରେ ଜାମିନ ମିଳିଛି । ଏଣୁ ସେ ଜେଲରୁ ମୁକୁଳିବା ସ୍ପଷ୍ଠ ବୋଲି ତାଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଦେଇଛନ୍ତି । ତେବେ ତାଙ୍କ ପୁଅ ଆକାଶଙ୍କ ନାମରେ କ୍ରାଇମବ୍ରାଞ୍ଚ କରିଥିବା ମାମଲାରେ ଜାମିନ ନାମଞ୍ଜୁର ରହିଛି । ଏଣୁ ସେ ଏବେ ମୁକୁଳିପାରିବେ ନାହିଁ ।

Share

Leave a Reply

Your email address will not be published. Required fields are marked *

two × one =