ଓଡ଼ିଶାରେ ବଦଳିବ ନବମ ଓ ଦଶମ ପରୀକ୍ଷା ପ୍ରଣାଳୀ

ଭୁବନେଶ୍ୱର: ସିବିଏସଇ ଢାଞ୍ଚାରେ ଓଡ଼ିଶାରେ ହେବ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ଟର୍ମରେ ପରୀକ୍ଷା ହେବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ବି ନୂଆ ସର୍କୁରାଲ ଜାରି ହୋଇଛି ।ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ଅନୁସାର, ନଭେମ୍ବର ତୃତୀୟ ସପ୍ତାହରେ ଟର୍ମ-୧ ଓ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା କରାଯିବ । ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ । ପ୍ରତି ଟର୍ମରେ ଛାତ୍ରଛାତ୍ରୀ ୫୦ ପ୍ରତିଶଥ ପାଠ ପଢ଼ିବେ ଓ ପରୀକ୍ଷା ଦେବେ ।ପାଠ୍ୟକ୍ରମର ରୂପରେଖ ନେଇ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବେ ବୋର୍ଡ କର୍ତ୍ତୃପକ୍ଷ । ମୋଟ୍ ୪ଟି ଇଣ୍ଟରନାଲ ଆସେସମେଣ୍ଟ ବା ଆଭ୍ୟନ୍ଚରୀଣ ମୂଲ୍ୟାୟନ କରାଯିବ । ୪ଟି ଫର୍ମାଟିଭ ଟେଷ୍ଟ ୨୦ ମାର୍କ ବିଶିଷ୍ଟ ରହିବ ।ୱେଟେଜ୍ ଅନୁସାରେ ଇଣ୍ଟରନାଲ ଆସେସମେଣ୍ଟକୁ ମୋଟ ୨୦ ପ୍ରତିଶତ ମାର୍କ ମିଳିବ । ଟର୍ମ-୧ ୱେଟେଜ୍ ୩୦ ପ୍ରତିଶତ ଓ ଟର୍ମ-୨ ୱେଟେଜ୍ ୫୦ ପ୍ରତିଶତ ଗ୍ରହଣ କରାଯିବ । ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ମୂଲ୍ୟାୟନ ହେବ । ବୋର୍ଡ ପୋର୍ଟାଲରେ ଏହି ନମ୍ବର ଅପଲୋଡ କରାଯିବ । ସ୍କୁଲସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ବୋର୍ଡ ବିଦ୍ୟାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବ ।

Share

Leave a Reply

Your email address will not be published. Required fields are marked *

19 − seven =