ଆୟୁଷ୍ମାନ ଭାରତରେ 9 ଲକ୍ଷ ଓଡିଆ ପରିବାର ବାଦ ପଡିବେ

ଭୁବନେଶ୍ବର () ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବନି ଓଡିଶା । ଏହି ଯୋଜନାରେ ରାଜ୍ୟ ସାମିଲ ହେଲେ ପ୍ରାୟ 9 ଲକ୍ଷ ଯୋଗ୍ୟ ପରିବାର ଏହି ସ୍ବାସ୍ଥ୍ୟ ଯୋଜନାରୁ ବାଦ ପଡିଥାନ୍ତେ । ଏହି ଦୃଷ୍ଟିରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି  ।

ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର 70 ଲକ୍ଷ ପରିବାରକୁ ସାମିଲ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଥିଲେ  । କେନ୍ଦ୍ର ସରକାର କିନ୍ତୁ 61 ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରିବାକୁ କହିଥିଲେ  ।

ବିଜୁ କୃଷକ କଲ୍ୟାଣ ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିକାଶ ଯୋଜନାରେ ରାଜ୍ୟର ପ୍ରାୟ 69 ଲକ୍ଷ 69 ହଜାର ଲୋକ ଉପକୃତ ହେଉଛନ୍ତି  । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେଲେ 9 ଲକ୍ଷ ପରିବାର ମାଗଣା ସ୍ବାସ୍ଥ୍ୟ ସେବା ପାଇବାରୁ ଉପକୃତ ହେବେ  । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି  । ଏମତି ବି ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର କୌସି ସ୍ପଷ ଚିତ୍ର ଦେଇନାହାଁନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛଛନ୍ତି  । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆସନ୍ତା ଅଗଷ୍ଟ 15ରୁ ଆରମ୍ଭ ହେବା ପରେ ବିଜୁ କୃଷକ କଲ୍ୟାଣ ଯୋଜନା ଏବଂ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିକାଶ ଯୋଜନା ବନ୍ଦ ହୋଇିବ  ।

Share

Leave a Reply

Your email address will not be published. Required fields are marked *

10 + 19 =