ପୂର୍ବତଟ ରେଳବାଇକୁ 7010 କୋଟି

ଭୁବନେଶ୍ବର () ରେଳ ବଜେଟରେ ପୂର୍ବତଟ ରେଳବାଇକୁ ଏବର୍ଷ 7ହଜାର 10 କୋଟି ଟଙ୍କା ମିଳିଛି । ତାଳଚେର-ଅନୁଗୁଳ ମଧ୍ୟରେ 14.5 କିଲୋମିଟର ଲମ୍ବା ନୂଆ ରେଳ ଲାଇନକୁ ଏଥର ବଜେଟରେ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ପାଇଁ 278 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କନ୍ତୁ ଓଡିଶାର ଦାବିକୁ ରେଳ ବଜେଟରେ ଗୁରୁତ୍ବ ଦିଆଯାଇନି ।

ବଜେଟରେ ନୂଆ ରେଳ ଲାଇନ ପାଇଁ 2630 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଯାତ୍ରୀଙ୍କ ସୁବିଧା ପାଇଁ 181 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ 250 କୋଟି, ହରିଦାସପୁର-ପାରାଦ୍ବୀପ ପାଇଁ 400 କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର ପାଇଁ 350 କୋଟି, ତାଳଚେର-ବିମଲାଗଡ ପାଇଁ 150 କୋଟି, ଜୟପୁର-ମାଲକାନଗିରି ପାଇଁ 70 କୋଟି ଏବଂ ଜୟପୁର-ନବରଙ୍ଗପୁର ରେଳପଥ ପାଇଁ 10 କୋଟି ଟଙ୍କା ବଜେଟ ବ୍ୟବସ୍ଥା ହୋଇଛି ।

ସେହିଭଳି ଦୋହରୀକରଣ ଓ ପ୍ରସସ୍ତିକରଣ ପ୍ରକଳ୍ପରେ ସମ୍ବଲପୁର-ତାଳଚେର ପାଇଁ 249କୋଟି, ସମ୍ବଲପୁର-ଟିଟଲାଗଡ ପାଇଁ 170 କୋଟି, ବାଂଶପାଣି-ଦୈତାରୀ-ଟମକା-ଜଖପୁରା ପାଇଁ 85 କୋଟି, ଭଦ୍ରକ-ନିର୍ଗୁଣ୍ଡି ପାଇଁ 86 କୋଟି, ବିଜୟନଗରମ-ସମ୍ବଲପୁର ପାଇଁ 350 କୋଟି, ଜରପଡା-ବୁଢାପଙ୍କ ପାଇଁ 120 କୋଟି, ବୁଢାପଙ୍କ-ସାଲେଗାଁଓ ପାଇଁ 210 କୋଟି, କୋରାପୁଟ-ସିଙ୍ଗାପୁର ରୋଡ ପାଇଁ 205 କୋଟି, ମନୋହରପୁର-ବନ୍ଧମୁଣ୍ଡା ପାଇଁ 40 କୋଟି, ରାଉଲକେଲା-ଝାରସୁଗୁଡା ପାଇଁ 150 କୋଟି, ବନ୍ଧମୁଣ୍ଡା-ରାଉଲକେଲା ପାଇଁ 20 କୋଟି ଟଙ୍କା ବଜେଟ ବ୍ୟବସ୍ଥା ହୋଇଛି ।

Share

Leave a Reply

Your email address will not be published. Required fields are marked *

thirteen − 4 =