କମୁନି କରୋନା କାୟା, ପୁଣି ରାଜ୍ୟରେ ୬୭ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆୁ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୮ ଜଣ ରହିଛନ୍ତି। ସେିହଭଳି ଖୋର୍ଦ୍ଧାରୁ ୧୧ ଓ ସମ୍ବଲପୁର ଜିଲାରେ ୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଯାଜପୁରରୁ ୫, କେନ୍ଦ୍ରାପଡା ଓ ମୟୁରଭଞ୍ଜରୁ ୪ ଜଣ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ସେହିଭଳି ଢେଙ୍କାନାଳ ଓ ସୋନପୁର ଜିଲାରେ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଓ ପୁରୀରେ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଭଦ୍ରକ, ଜଗତସିଂହପୁର ଓ କଳାହାଣ୍ଡି ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

2 × 3 =