ଆଜି ରାଜ୍ୟରେ ୬୭ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନାଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୬୦ରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଉଛି ମହାମାରୀ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୭ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୨୦ ଜଣ ମୃତକ ରହିଛନ୍ତି। ଏଥିସହିତ ଅନୁଗୁଳରେ ୯, ଜଗତସିଂପୁର ଜିଲ୍ଲା ୯ ଜଣଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧାରେ ୬, ଯାଜପୁରରେ ୪, କେନ୍ଦ୍ରାପଡାରେ ୩, କେନ୍ଦୁଝର ଜିଲାରେ ୩ ଓ ମୟୁରଭଞ୍ଜ ଜିଲାରେ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କଳାହାଣ୍ଡି ଓ ସୋନପୁର ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯୦୧ରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

six + eighteen =