କରୋନାରେ ରାଜ୍ୟରେ ଆଉ ୬୬ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: କମୁଛି ଦୈନିକ ସଂକ୍ରମଣ । ହେଲେ କମିବାର ନାଁ ଧରୁନି କରୋନାଜନିତ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୨୮କୁ ବୃଦ୍ଧିପାଇଛି। ଗତ କିଛିଦିନ କରୋନା ମୃତ୍ୟୁରେ କଟକ ଜିଲା ଉପରେ ରହିଆସୁଥିବାବେଳେ ବୁଧବାର ଦିନ ଏହି ଜିଲାରେ ୧୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ସମ୍ବଲପୁର ଜିଲାରେ ୧୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଜଗତସିଂହପୁର ଜିଲାରେ ୮, ବରଗଡରେ ୮, ଯାଜପୁର ୪ ଏବଂ ବଉଦ ଜିଲାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର, ଦେବଗଡ ଓ ଢେଙ୍କାନାଳ ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। ଝାରସୁଗୁଡା, କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ମଧ୍ୟ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ରାୟଗଡା, ସୋନପୁରରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

1 × four =