୬୫ ପ୍ଲାଟୁନ୍ ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଏଡିଜି ଆର.କେ ଶର୍ମା । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ୩୧ ଜଣ ଡିଏସପି ଓ ସହକାରୀ କମାଣ୍ଡର୍ ମୁତୟନ ହେବେ । ୬୪ ଜଣ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ ।

Share

Leave a Reply

Your email address will not be published. Required fields are marked *

fifteen − 5 =