ଆଜି ୬୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧ ଜଣ ରହିଥିବା ଜଣାଯାଇଛି। ଏହି ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୫ ଜଣ ଅଛନ୍ତି।

ବରଗଡ ଜିଲାରୁ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ବଉଦ ଜିଲାରୁ ଜଣେ ଓ କଟକ ଜିଲାରୁ ୨ ଜଣଙ୍କର ପ୍ରାଣହାନି ଘଟିଛି। ଢେଙ୍କାନାଳ ଜିଲାରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୬, ଝାରସୁଗୁଡା ଓ କେନ୍ଦ୍ରାପଡା ଜିଲାରୁ ଜଣେ ଲେଖାଏଁ, କେନ୍ଦୁଝର ଜିଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲାରେ ୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେହିଭଳି ନୟାଗଡ ଜିଲାରେ ୨, ନୂଆପଡାରୁ ଜଣେ, ପୁରୀ ଜିଲାରେ ୬, ରାୟଗଡାରୁ ଜଣେ, ସମ୍ବଲପୁର ଜିଲାରେ ୫ ଓ ସୁନ୍ଦରଗଡ ଜିଲାରେ ୫ ଜଣଙ୍କର ଜୀବନ ନେଇଛି କରୋନା।

Share

Leave a Reply

Your email address will not be published. Required fields are marked *

fourteen + 14 =