ଆଜି ରାଜ୍ୟରେ ୬୦୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନକ ମଧ୍ୟରେ ୬୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୪ ଏବଂ ସ୍ଥାନୀୟ ସଂକ୍ରମିତ ୨୫୫ ଜଣ ରହିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୭ ଜଣ ରହିଥିବା ଜଣାଯାଇଛି। ଅନୁଗୁଳ ଜିଲାରେ ୧୮, ବାଲେଶ୍ୱର ୨୧, ବରଗଡ ୪, ଭଦ୍ରକ ୯, ବଉଦ ୯ ଓ କଟକ ଜିଲାରେ ୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୧୦, ଢେଙ୍କାନାଳ ୨୩, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୨୦, ଯାଜପୁର ୩୬ ଓ ଝାରସୁଗୁଡା ଜିଲାରେ ୩ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରେ ୫, କେନ୍ଦ୍ରାପଡା ୧୯, କେନ୍ଦୁଝର ୫, ଖୋର୍ଦ୍ଧାରେ ୨୦୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାରେ ୩, ମାଲକାନଗିରି ୧, ମୟୁରଭଞ୍ଜ ୨୬, ନୟାଗଡ ୧୧, ପୁରୀ ୨୦ ଏବଂ ରାୟଗଡାରେ ୫ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରେ ୧୬, ସୋନପୁର ୨, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୭୫୨୮ ସକ୍ରିୟ ସଂକ୍ରମିତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

nine + 8 =