ଆଜି ରାଜ୍ୟରେ ୬୦୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୦୯ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ୧୨୨ ଜଣ ୧୮ ବର୍ଷରୁ କମ୍ କିଶୋର –ଶିଶୁ । ସଙ୍ଗରୋଧରୁ ୩୫୪ ଓ ସ୍ଥାନୀୟ ଅଂଚଳରୁ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୮ ଓ କଟକରୁ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୩୧, ଯାଜପୁରରୁ ୩୧, ଜଗତସିଂହପୁରରୁ ୨୨, ମୟୂରଭଞ୍ଜରୁ ୨୧, ପୁରୀରୁ ୨୦, ଭଦ୍ରକରୁ ୧୮, ସମ୍ବଲପୁରରୁ ୧୬, କେନ୍ଦ୍ରାପଡାରୁ ୧୩, ଅନୁଗୁଳରୁ ୧୨, ସୁନ୍ଦରଗଡରୁ ୯, ବରଗଡରୁ ୯, ଢେଙ୍କାନାଳରୁ ୮, କେନ୍ଦୁଝରରୁ ୮, ରାୟଗଡାରୁ ୭, କୋରାପୁଟରୁ ୬, ନୟାଗଡରୁ ୫, ନବରଙ୍ଗପୁରରୁ ୫, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫, ଦେବଗଡରୁ ୪, ବଲାଙ୍ଗିରରୁ ୪, ସୁବର୍ଣ୍ଣପୁରରୁ ୨, ମାଲକାନଗିରିରୁ ୧, ଗଜପତିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ, ନୂଆପଡା, କନ୍ଧମାଳରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୧୨ ହଜାର ୧୬୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୯୭ ହଜାର ୬୩ ଜଣ ସୁସ୍ଥ ହୋଇସାରିଛନ୍ତି । ୬ ହଜାର ୯୯୬ ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 2 =