ରାଜ୍ୟ ସରକାରଙ୍କର ମିଡିଆ ପାର୍ଟନର

ଭୁବନେଶ୍ବର: ଓଡିଶା ରାଜ୍ୟ ସରକାର ନିଜ ସଫଳତା ଓ ବିକାଶ ସଂପର୍କରେ ତିଆରି କରିବେ ଭିଡିଓ ଫିଲ୍ମ। ଏହି ଭିଡିଓ ଫିଲ୍ମ ଗୁଡିକର ନିର୍ମାଣ ଦାୟିତ୍ୱ ରାଜ୍ୟର ୬ଟି ଓଡ଼ିଆ ଟିଭି ଚ୍ୟାନେଲ୍‌ ନେଇଥିବା ବେଳେ  ଏହି ୬ଟି ଟିଭି ଚ୍ୟାନେଲ୍‌କୁ ତାଲିକାଭୁକ୍ତ କରିଥିବା ସଂପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର କମ୍‌ ସେକ୍ରେଟାରୀ ହେମନ୍ତ ଶର୍ମା ଗତ ୨୯ ତାରିଖରେ ଏ ସଂପର୍କରେ ଏକ ଚିଠି ସବୁ ବିଭାଗର ଆଡିସନାଲ୍ ସେକ୍ରେଟାରୀ, ପ୍ରିନ୍ସିପାଲ୍ ସେକ୍ରେଟାରୀ ଓ କମିଶନର କମ୍ ସେକ୍ରେଟାରୀଙ୍କୁ ପଠାଇ ଏହି ନିର୍ଦ୍ଦେଶ ଦେଇଛନ୍ତି।ଯେଉଁ ୬ଟି ଓଡ଼ିଆ ଟିଭି ଚ୍ୟାନେଲ୍‌କୁ ସରକାର ଏଥିପାଇଁ ତାଲିକାଭୁକ୍ତ କରିଛନ୍ତି ସେଗୁଡ଼ିକ ହେଲେ- କନକ ଟିଭି, ନ୍ୟୁଜ୍ ୱାର୍ଲଡ ଓଡ଼ିଶା, ଏମ୍‌ବିସି ଟିଭି, ନ୍ୟୁଜ୍-18 ଓଡ଼ିଆ, ଜି-କଳିଙ୍ଗ ଏବଂ କଳିଙ୍ଗ ଟିଭି। ଏହି ଟିଭି ଚ୍ୟାନେଲ୍‌ ଗୁଡ଼ିକ ରାଜ୍ୟ ସରକାରଙ୍କ ସହ ମିଡିଆ ପାର୍ଟନର ଭାବେ କାମ କରିବେ। ଏହି ତାଲିକାଭୁକ୍ତ ଓଡ଼ିଆ ଟିଭି ଚ୍ୟାନେଲ୍‌ଗୁଡ଼ିକ ସହ ସମନ୍ବୟ ରକ୍ଷା କରିବାକୁ ସବୁ ବିଭାଗ ଜଣେ ଲେଖାଏଁ ନୋଡାଲ୍ ଅଫିସର ନିଯୁକ୍ତ କରିବାକୁ କମିଶନର କମ୍ ସେକ୍ରେଟାରୀ ହେମନ୍ତ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ନୋଡାଲ୍‌ ଅଫିସର ଜଣକ ନିଜ ବିଭାଗର ବିକାଶମୂଳକ କାର୍ଯ୍ୟ ଗୁଡ଼ିକ ସଂପର୍କରେ ସଂପୃକ୍ତ ଟିଭି ଚ୍ୟାନେଲ୍‌ଗୁଡ଼ିକୁ ସମୟ ଜଣେଇବେ।

 

Share

Leave a Reply

Your email address will not be published. Required fields are marked *

14 − twelve =