ଏକାମ୍ର କ୍ଷେତ୍ର ବିକାଶ କାମର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ୟତମ ଡ୍ରିମ ପ୍ରୋଜେକ୍ଟ ଏକାମ୍ର କ୍ଷେତ୍ର ରୂପାନ୍ତରଣ କାର୍ଯ୍ୟକୁ ବାସ୍ତବରୁପ ଦିଆଯାଉଛି । ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ଆଜି ଭୋରରୁ ଏକାମ୍ର କ୍ଷେତ୍ର ବୁଲିଦେଖିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ପରେ ଫୋକସରେ ରହିଛି ଏକାମ୍ର କ୍ଷେତ୍ର । ତେଣୁ ସେ ଭୋରରୁ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ବରିଷ୍ଠ ଅଧିକାରୀଙ୍କ ସହ ସେ ପ୍ରକଳ୍ପ ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି । ଦୋକାନୀଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭଙ୍ଗା ଯାଇଥିବା ରାସ୍ତାଘାଟ ସଫା କରିବା ସହ ବିକଳ୍ପ ରାସ୍ତା ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରର ଭିଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବୁଲିଦେଖିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ପରେ ଫୋକସରେ ରହିଛି ଏକାମ୍ର କ୍ଷେତ୍ର । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଆଜି ଭୋରରୁ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। 5ଟି ସଚିବ ସହ ପୁର୍ତ୍ତ ସଚିବ କ୍ରିଷନ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ମଧ୍ୟ ଲିଙ୍ଗରାଜ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । 

Share

Leave a Reply

Your email address will not be published. Required fields are marked *

nine + seven =