ନିଜାମୁଦ୍ଦିନ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଜିଲ୍ଲାପାଳ, ପୋଲିସ ନିଜ ସୋର୍ସ ମାଧ୍ୟମରେ ଚିହ୍ନଟ କରନ୍ତୁ

ଭୁବନେଶ୍ୱର() ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ଶନିବାର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ଜଣାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ଜିଲ୍ଲାପାଳ, ପୋଲିସ ନିଜ ସୋର୍ସ ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରନ୍ତୁ । ସାମ୍ନାକୁ ଆସିଲେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ । ସେମାନଙ୍କ ମନରେ ସାହାସ ସୃଷ୍ଟି କରିବା ସହ ତଥ୍ୟ ଜଣାଇବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୂର୍ଣ୍ଣ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ଏହାସହ ସ୍ୱାସ୍ଥ୍ୟସେବା ମଧ୍ୟ ପ୍ରଦାନ କରାଯିବ । ତଥ୍ୟ ଜଣାଇବାରେ ବିଳମ୍ବ କଲେ ଏହା ସମସ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତଥ୍ୟ ଜଣାଇବାରେ ବିଳମ୍ବ ହେଲେ ଏହା ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ୫-ଟି ସଚିବ ଏହି ଚିଠିରେ ଦର୍ଶାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + seven =