ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ୫-ଟି ସଚିବଙ୍କ ଦୂରଦୃଷ୍ଟି ଯୋଗୁଁ ଗୋଷ୍ଠି ସଂକ୍ରମଣକୁ ଏଡାଇ ଦିଆଯାଇପାରିଛି

ଭୁବନେଶ୍ୱର : କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ସଫଳ । ଦେଶର ଅନ୍ୟ ବହୁ ରାଜ୍ୟ ତୁଳନାରେ ସାଢେ ୪କୋଟି ଲୋକ ବସବାସ କରୁଥିବା ଓଡିଶାରେ ସଂକ୍ରମଣ ଓ ମୃତ୍ୟୁହାର ଢେର କମ୍‍ । ଏହା ସମ୍ଭବ ହୋଇଛି କେବଳ ସଫଳ ରଣନୀତି ଯୋଗୁଁ । ଯାହା ବିଶ୍ୱର ଅଗ୍ରଣୀ ରାଷ୍ଟ୍ରମାନେ କରିପାରି ନାହାନ୍ତି ତାହା ଓଡିଶାରେ ଦେଖିବାକୁ ମିଳିଛି । କ୍ୱାରେଣ୍ଟାଇନ୍‍ ସେଣ୍ଟର ଓ କୋଭିଡ ଡାକ୍ତରଖାନାକୁ ପୃଥକ କରାଯିବା ଫଳରେ ଏଭଳି ବିରଳ ସଫଳତା ମିଳିଥିବା ବିଶେଷଜ୍ଞମାନେ ସ୍ୱୀକାର କରୁଛନ୍ତି ।
ରାଜ୍ୟରେ ପ୍ରଥମ କରୋନା ଚିହ୍ନଟ ହେବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ଏହି ରଣନୀତି । ଏହାକୁ ସାକାର କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ।

ପାଣ୍ଡିଆନ କୋଭିଡ ଡାକ୍ତରଖାନା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହିତ ଏମ୍‍ସିଏଲ୍‍ ଓ ଓଏମ୍‍ସି ଭଳି ରାଷ୍ଟ୍ରାୟତ ସଂସ୍ଥା ଆଦିକୁ ଏହି ଅଭିଯାନରେ ସାମିଲ କରିଥିଲେ । ଫଳରେ ଖୋଦ ରାଜଧାନୀରେ ଦୁଇ ଦୁଇଟି ବୃହତ୍‍ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲା । ଏହାପରେ କଟକ ଠାରୁ ଆରମ୍ଭକରି କେନ୍ଦ୍ରାପଡା, ଜଗତ୍‍ସିଂହପୁର, ଭଦ୍ର ଆଦି ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ଟି କୋଭିଡ ଡାକ୍ତରଖାନାରେ ୫୪୯୩ ଶଯ୍ୟା, ୨୯୬ ଆଇସିୟୁ ପ୍ରସ୍ତୁତ ହୋଇ ରହିଛି । କେବଳ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ନୁହେଁ, ପ୍ରତି ପଞ୍ଚାୟତରେ କ୍ୱରେଣ୍ଟାଇନ୍‍ ସେଣ୍ଟର ପ୍ରତିଷ୍ଠା ଉପରେ ଜୋର ଦିଆଯିବା ଫଳରେ ଫଳରେ ବର୍ତ୍ତମାନ ୫ଲକ୍ଷ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲିଛି ।

ଏଥିଯୋଗୁଁ ପ୍ରବାସୀ ଓଡିଆମାନେ ଓଡିଶାରେ ପାଦ ରଖିବାମାତ୍ରେ ସେମାନଙ୍କୁ ଗେମ୍ ଚେଞ୍ଜର… ତୁରନ୍ତ କ୍ୱାଣ୍ଟୋଇନ୍‍ ସେଣ୍ଟରରେ ଭର୍ତ୍ତି କରାଯାଉଛି । ଏହାର ସୁଫଳ ହେଉଛି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ୧୧୮୯ କରୋନା ପଜିଟିଭଙ୍କ ମଧ୍ୟରୁ ନଅଶହରୁ ଅଧିକ ହେଉଛନ୍ତି କ୍ୱରେଣ୍ଟାଇନ୍‍ ସେଣ୍ଟରର । ଏହା ଫଳରେ ରାଜ୍ୟରେ ଗୋଷ୍ଠି ସଂକ୍ରମଣକୁ ରୋକାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱର ସର୍ବାଧିଖ କରୋନା ପ୍ରଭାବିତ ଦେଶ ଆମେରିକା, ଇଟାଲୀ ଆଦିରେ କ୍ୱାରେଣ୍ଟାଇନ୍‍ ଓ କୋଭିଡି ଚିକିତ୍ସାକୁ ପୃଥକ କରାନଯିବା ଫଳରେ ସେହିସବୁ ଦେଶରେ ଲୋକେ ଲକ୍ଷାଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି । ଆମ ଦେଶର କେତେକ ରାଜ୍ୟ ବି କ୍ୱାରେଣ୍ଟାଇନ୍‍ ସେଣ୍ଟର ପ୍ରତିଷ୍ଠାରେ ପଛରେ ପଡିଛନ୍ତି । ହେଲେ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ୫-ଟି ସଚିବଙ୍କ ଦୂରଦୃଷ୍ଟି ଯୋଗୁଁ କେବଳ କ୍ୱାରେଣ୍ଟାଇନ୍‍ ସେଣ୍ଟର ଓ କୋଭିଡ ଡାକ୍ତରଖାନାକୁ ପୃଥକ କରାଯାଇନାହିଁ ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବାରୁ ପ୍ରବାସୀମାନେ ସୁନାପିଲା ଭଳି କ୍ୱାରେଣ୍ଟାଇନ୍‍ ସେଣ୍ଟରକୁ ଯାଉଛନ୍ତି ।

ସେହିଭଳି ପ୍ରବାସୀମାନଙ୍କ ଲାଗି ଅର୍ଥ ପ୍ରଦାନର ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ଓଡିଶା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି । ଅର୍ଥ ମିଳୁଥିବାରୁ ବିଭିନ୍ନ ରାଜ୍ୟରୁ ଫେରୁଥିବା ଶ୍ରମିକମାନେ ସ୍ୱଇଚ୍ଛାରେ କ୍ୱାରେଣ୍ଟାଇନ୍‍ ସେଣ୍ଟରକୁ ଯାଉଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ପରୀକ୍ଷା ବଢିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ସଫଳ ରଣନୀତି ଯୋଗୁଁ ଓଡିଶାରେ ଗୋଷ୍ଠି ସଂକ୍ରମଣକୁ ଏଡାଇ ଦିଆଯାଇଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + sixteen =