ଦିନକରେ ୫୯ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୋଟିଏ ଦିନରେ ୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହା ଏପର‌୍ୟ୍ୟନ୍ତ ଦିନକରେ ରାଜ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ବୋଲି ଜଣାଯାଇଛି । ଅନୁଗୁଳ ଜିଲାରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ବରଗଡ ଜିଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରେ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୬ ଜଣ ରହିଛନ୍ତି । ଅନୁରୂପ ଭାବରେ କଟକ ଜିଲାରୁ ୨, ଢେଙ୍କାନାଳ ଜିଲାରୁ ୫, ଗଞ୍ଜାମରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଜଗତସିଂହପୁର ଜିଲାରେ ଜଣେ ପ୍ରାଣ ହରାଇଥିବାବେଳେ ଯାଜପୁରରେ ୨, କଳାହାଣ୍ଡିରେ ୩, କେନ୍ଦ୍ରାପଡାରେ ୩ ଜଣ କରୋନା ସଂକ୍ରମିତଙ୍କର ଜୀବନ ହାନି ଘଟିଛି । କୋରାପୁଟରେ ଜଣେ, ମୟୁରଭଞ୍ଜରେ ୨ ଜଣ, ନବରଙ୍ଗପୁର ଜିଲାରେ ୩, ନୟାଗଡ ଜିଲାରେ ୪, ପୁରୀ ଜିଲାରେ ୫ ଜଣଙ୍କର ଜୀବନ ନେଇଛି କରୋନା । ସେହିଭଳି ରାୟଗଡା ଜିଲାରେ ୪ ଜଣ ଓ ସୁନ୍ଦରଗଡ ଜିଲାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

thirteen − 4 =