ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ୫୭

ଭୁବନେଶ୍ୱର: ଦୈନିକ ସଂକ୍ରମଣ ଦୋଳି ଖେଳୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନି । ଏବେ କିଛିଦିନ ହେବ ୫୦ ଉପରେ ରହୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ପ୍ରାଣ ହରାଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧୫ରେ ପହଂଛିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ରହିଥିବା ବେଳେ ବରଗଡ଼, ଗଞ୍ଜାମ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୪ଜଣ ଲେଖାଏଁ, ଅନୁଗୁଳ ଓ ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର, କଟକ, ଦେବଗଡ଼, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

eighteen + 12 =