ପୁଣି ରାଜ୍ୟରେ ୫ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ତଳ ଉପର ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ବେଳେ କଟକ, ଯାଜପୁର, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − four =