ବାଲାଟ୍ ପେପର ଓ ଭୋଟ ବାକ୍ସ ଲୁଟ୍ ଘଟଣାରେ ୫ ଗିରଫ

ଜଗତସିଂହପୁର ଜିଲା ସଦର ବ୍ଲକ ପଟସରା ପଞ୍ଚାୟତ ୧ ଓ ୨ ନମ୍ବର ବୁଥରୁ ଶୁକ୍ରବାର ମତଦାନ ଚାଲିଥିବା ସମୟରେ ଜୋର ଜବରଦସ୍ତ ବୁଥ ଭିତରେ ପଶି ବାଲାଟ ପେପର ଓ ବାକ୍ସ ଲୁଟି ନେଇଥିଲେ। ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି।

ସେହିପରି ପଲି ପଂଚାୟତ ହାବେଳି ନାଥ ସାହି ଗାଁରେ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ମତଦାନ ଚାଲିଥିବା ବେଳେ ୨୫ ରୁ ଉର୍ଦ୍ଧ୍ବ ମାରଣାସ୍ତ୍ର ଧରି ଦୁଇଟି ବୁଥ ଭିତରେ ପଶିଥିଲେ। ଗୋଟିଏ ବୁଥରୁ ବାଲାଟ ପେପର ଓ ଅନ୍ୟ ଗୋଟିଏ ବୁଥରୁ ଭୋଟ ବାକ୍ସ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ଶନିବାର ସକାଳୁ ଲୁଟ ଭୋଟ ବାକ୍ସ କୁଳ ପଟସରା ପ୍ରାଥମିକ ବିଦ୍ୟାଳୟ ନିକଟରେ ପଡିଥିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

6 + six =