ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ କୋର୍ଟ

ଭୁବନେଶ୍ୱର()  ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ । ରାଜ୍ୟରେ ଅଦୁଷ୍କର୍ମ ମାମଲା ପଡ଼ି ରହିଛି କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ ପୀଡ଼ିତା ନ୍ୟାୟ ପାଇ ପାରନାହାଁନ୍ତି । ବାରମ୍ବାର କୋର୍ଟକୁ ଦୌଡ଼ିଲେ ବି କିଛି ସୁଫଳ ମିଳୁନାହିଁ । ସେଥିପାଇଁ ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ କୋର୍ଟ । ଏନେଇ ସୂଚନା ଦେଲେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।

ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ । ଏଥିରୁ ୨୧ ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ଘଟଣା ପାଇଁ କାମ କରିବ । ଅନ୍ୟପଟେ ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋସ୍କୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବେ ।

Share

Leave a Reply

Your email address will not be published. Required fields are marked *

3 × 3 =