ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ମିଳୁନି ମଜୁରୀ

ଭୁବନେଶ୍ବର () ଦୁବାଇରେ ଫସିଛନ୍ତି 40ରୁ ଅଧିକ ଓଡ଼ିଆ ଶ୍ରମିକ । ଏହିସବୁ ଶ୍ରମିକ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଓ ଆଖପାଖ ଅଞ୍ଚଳର । ଜଣେ ଏଜେଣ୍ଟ ଦ୍ୱାରା ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେଉଛି । ପ୍ରାୟ 3 ମାସ ତଳେ ଜଣେ ଏଜେଣ୍ଟ ଦ୍ୱାରା ସେମାନେ ଦୁବାଇ ଯାଇଥିଲେ ।

ଦୁବାଇରେ ପହଂଚିବା ପରେ ସେମାନଙ୍କୁ ଦରମା ମିଳୁନି । ଠିକ ଭାବେ ଖାଇବାକୁ ବି ମିଳୁନି । ତିନି ମାସ ହେଲା କାମ କଲେଣି କିନ୍ତୁ ମଜୁରୀ ମିଳିନି । ଛୋଟ ଛୋଟ ଘରେ 15ରୁ 18 ଜଣଙ୍କୁ ଅତି ଦୟନୀୟ ଅବସ୍ଥାରେ ରଖାଯାଇଛି ।

ଏସମ୍ପର୍କରେ ୟୁଏଇ ଓଡ଼ିଆ ସମାଜ ଖବର ପାଇ ସେମାନଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଛି । ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ସେମାନଙ୍କ ଉଦ୍ଧର ପାଇଁ ଚେଷ୍ଟା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

three − one =