୪୦ ଲକ୍ଷ ଲୁଟ ମାମଲା: ଡ୍ରାଇଭର ଓ ସହଯୋଗୀ ଗିରଫ

ସାମ୍ନାକୁ ଆସିଲା ୪୦ ଲକ୍ଷ ଲୁଟର ନକ୍ସା । ଏଟିଏମରେ ଟଙ୍କା ଭର୍ତି ପାଇଁ ଆସିଥିବା ଗାଡିରୁ ୪୦ ଲକ୍ଷ ଲୁଟ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସେ ଗାଡିର ଡ୍ରାଇଭର ଓ ତାର ଜଣେ ସହଯୋଗୀ । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ ଗୁଡିକରେ ଟଙ୍କା ଭର୍ତ୍ତି ପାଇଁ ରାଡିଏଂଟ କ୍ୟାସ ମ୍ୟାନେଜମେଂଟ ସଂସ୍ଥା ୨ କୋଟି ୫୦ ଲକ୍ଷ ଟଙ୍କା ନେଇଥିଲେ ।
ତେବେ ଅଶୋକନଗର ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ପହଚିଂଲାବେଳକୁ ଏହି ଟଙ୍କାରୁ ୮ଟି ବଣ୍ଡଲ ୪୦ ଳକ୍ଷ ଟଙ୍କା ଲୁଟ ହୋଇଥିବା ନଜରକୁ ଆସିଥିଲା । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ପରେ ପୁଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ନକଲି ଚାବି ଜରିଆରେ ଏମାନେ ଏହି ଟଙ୍କା ଲୁଟ କରିଥିବା ଜଣାପଡିଛି । ୪୦ ଲକ୍ଷ ଟଙ୍କା ବି ପୁଲିସ ଜବତ କରିଛି ।

Share

Leave a Reply

Your email address will not be published. Required fields are marked *

11 + five =