ସୁନ୍ଦରଗଡ଼ରେ ୪ ଓଡ଼ିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା: ନିକଟରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଖେଳାଳୀଙ୍କ ପ୍ରଦର୍ଶନ ଲାଗି ସାରା ଦେଶରେ ପ୍ରଂଶସା କରାଯାଇଥିଲ । ଭାରତୀୟ ପୁରୁଷ ହକି ଦଳରେ ୨ ଜଣ ଓଡ଼ିଆ ଖେଳାଳୀ ତଥା ଅମିତ ରେହିଦାସ ଓ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇଥିବା ବେଳେ ମହିଳା ଦଳରେ ଦୀପଗ୍ରେସ ଏକ୍କା ଏବଂ ନମିତା ଟପୋ ଖେଳିଥିଲେ । ୪ ଓଡ଼ିଆ ଖେଳାଳୀ ଆଜି ନିଜ ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଚାରି ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଆଜି ସ୍ଥାନୀୟ ବିକାଶ ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉତ୍ସବାର ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହା କହିଥିଲେ।

କ୍ରୀଡ଼ା ବିଭାଗ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ୪ ହକି ତାରକା ନିଜ ଜୀବନ ସଂଘର୍ଷ ଓ ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଥିଲେ। ଏହା ସହ ଜିଲ୍ଲା ପ୍ରଶାସନ ତଥା ସୁନ୍ଦରଗଡ଼ବାସୀଙ୍କ ଭଲପାଇବା ସେମାନଙ୍କୁ ଅଭିଭୂତ କରିଥିବା ପ୍ରକାଶ କରି ଆଗାମୀ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣପଦକ ନିଶ୍ଚୟ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Share

Leave a Reply

Your email address will not be published. Required fields are marked *

3 × 3 =