ବୋଟ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହୟତା

ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି

ବ୍ରହ୍ମପୁର () କାଳିଜାଇ ବୋଟ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଛି  । ଏବେ ସୁଦ୍ଧା ଆଉ ଜଣେ ଯାତ୍ରୀ ନିଖୋଜ ଥିବା ଜଣାପଡିଛି  । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି  ।

ଗତକାଲି କାଳିଜାଇ ଦର୍ଶନ କରି ଫେରିବା ବେଳେ ଝଡତୋଫାନରେ ଫସିଗଲା ଡଙ୍ଗା । ଫଳରେ ୧୬ ଯାତ୍ରୀ ବୁଡିଗଲେ। ଏହି ଘଟଣାରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । କାଳିଜାଈ ଦର୍ଶନ କରି ବାଲୁଗାଁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗତକାଲି ଅପରାହ୍ନ ପାଖାପାଖି ୫ଟା ୨୦ ମିନିଟରେ ମଝି ଚିଲିକାରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡ଼ିବା ସୂଚନା ପାଇବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଥିଲା । ଓଡ୍ରାଫ ଟିମ୍ ଓ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଡଙ୍ଗାରେ ମୋଟ ୧୬ ଜଣ ଯାତ୍ରୀ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରିଥିଲା ଓଡ୍ରାଫ୍ ଟିମ୍ । ସେମାନଙ୍କୁ ବାଲୁଗାଁ ଡାକ୍ତରଖାନା ଓ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ଼, ବାଲୁଗାଁ, ରଣପୁର ଓ ଭୁବନେଶ୍ବରର ଯାତ୍ରୀ ଥିବା ସୂଚନା ମିଳିଛି । ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରେ ମା’ ଓ ଝିଅ ରହିଛନ୍ତି । ଆଉ ଜଣେ ଯାତ୍ରୀଙ୍କ ଏଯାଏଁ ପତା ମିଳୁନାହିଁ । ଉଦ୍ଧାର ହୋଇଥିବା ବ୍ୟକ୍ତି ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଂଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ତେବେ ଅନ୍ଧାର ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − six =