ଅରିଜିନାଲ ସାର୍ଟିଫିକେଟ ବିନା ହେବ +୩ ଆଡମିଶନ

ଭୁବନେଶ୍ୱର()  +୩ ଆଡମିଶନ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅରିଜିନାଲ ସାର୍ଟିଫିକେଟ ବିନା +୩ ଆଡମିଶନ ନେଇ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । କରୋନା କାରଣରୁ ଅରିଜିନାଲ ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି । ତେବେ +୩ ଆଡମିଶନ ବେଳେ ସେଲଫ ଆଟେଷ୍ଟେଡ ଡାଉନଲୋଡ ମାର୍କସିଟ ଗ୍ରହଣ କରାଯିବାକୁ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ସେହିପରି ମାଇଗ୍ରେସନ ସାର୍ଟିଫିକେଟ ପାଇଁ ବି ବାଧ୍ୟ ନକରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ପରେ ଅରିଜିନାଲ ସାର୍ଟିଫିକେଟ ଦେବାକୁ ଛାତ୍ରଛାତ୍ରୀ ଅଣ୍ଡରଟେକିଂ ଦେବେ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ୩ କଲେଜ(ଡିଗ୍ରୀ କଲେଜ, ସେଲ୍ପ ଫାଇନାନ୍ସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମ ଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ କଟ ଅଫ ବା ମେଧା ତାଲିକା ପ୍ରକାଶ ପାଇଛି । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ମଧ୍ୟରେ ନାମ ଲେଖା ହେବ ।

Share

Leave a Reply

Your email address will not be published. Required fields are marked *

nineteen − 3 =