୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ

ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି ।ଓଡିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରୁ ସୂଚନା ମିଳିଛି ।

ଦ୍ୱିତୀୟ ପର୍ୟ୍ୟାୟ ରେ ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଭୋଟର ମଧ୍ୟ ବେଶ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ତେବେ ସନ୍ଧ୍ୟା ୬ଟା ପରେ ଯେଉଁ ଭୋଟର ଧାଡିରେ ଥିବେ, ସେମାନେ ହିଁ କେବଳ ଭୋଟ୍ ଦେଇପାରିବେ ।

ସକାଳ ୯ଟାରେ ୬.୫ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟାରେ ୧୮ପ୍ରତିଶତ ମତଦାନ ହୋଇଥିଲା । ଦିନ ୧ଟା ସୁଦ୍ଧା ୩୩ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

2 × 3 =