ଜାଣନ୍ତୁ ଆଜି କଣ ରହିଛି ରାଜ୍ୟର କରୋନା ସ୍ଥିତି

ଭୁବନେଶ୍ୱର: ଗୋଟିଏ ଦିନରେ ଗତକାଲି ରାଜ୍ୟରେ ୨୫୪୨ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୪୫୮ ଓ ସ୍ଥାନୀୟ ସଂକ୍ରମିତ ୧୦୮୪ ରହିଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୬୦, ବାଲେଶ୍ୱର ୨୨୧, ବରଗଡ ୧୭, ଭଦ୍ରକ ୧୦୦ ଏବଂ ବଲାଙ୍ଗୀର ଜିଲାରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ବଉଦ ଜିଲାରୁ ୭, କଟକରୁ ୪୨୮, ଦେବଗଡ ୭, ଢେଙ୍କାନାଳ ୩୪, ଗଜପତି ୧୫, ଗଞ୍ଜାମ ୧୩, ଜଗତସିଂହପୁର ୧୨୮, ଯାଜପୁର ୧୩୯ ଓ ଝାରସୁଗୁଡା ଜିଲାରୁ ୨୪ ଜଣଙ୍କୁ ଚିହ୍ନଟ କରାଯାଇଛି।

ଏହି ସମୟ ମଧ୍ୟରେ କଳାହାଣ୍ଡି ଜିଲାରୁ ୧୦, କନ୍ଧମାଳ ୧୯, କେନ୍ଦ୍ରାପଡା ୧୬୭, କେନ୍ଦୁଝର ୬୯ ଏବଂ ଖୋର୍ଦ୍ଧା ଜିଲାରୁ ୪୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋରାପୁଟରୁ ୪୦, ମାଲକାନାଗିରି ୪୨, ମୟୁରଭଞ୍ଜ ୧୨୪, ନବରଙ୍ଗପୁର ୧୨, ନୟାଗଡ ୭୮, ନୂଆପଡା ୮, ପୁରୀ ୧୫୦, ରାୟଗଡା ୩୭, ସମ୍ବଲପୁର ୨୮, ସୋନପୁର ୫, ସୁନ୍ଦରଗଡ ୫୭ ଓ ଷ୍ଟେଟପୁଲରୁ ୭୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୨୭୫୮୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × four =