ଶିଳ୍ପାୟନରେ ଯୋଡି ହେଲା ଆଉ ୨୨ ବୃହତ ଶିଳ୍ପ

ଭୁବନେଶ୍ବର () ରାଜ୍ୟରେ ଶିଳ୍ପକୁ ମିଳିଛି ପ୍ରୋତ୍ସାହନ । ଆଜି ଏହିକ୍ରମରେ ଯୋଡି ହୋଇଛି ଆଉ ୨୨ଟି ଶିଳ୍ପ ।  ୨୨ଟି ବୃହତ ଶିଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୩ ହଜାର ୩୧୧କୋଟି ୫୩ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ୧୭ଟି ଶିଳ୍ପର ଶିଳାନ୍ୟାସ ସହ ୫ଟି ପ୍ରକଳ୍ପର ଉଦଘାଟନ ପ୍ରକଳ୍ପ ଦ୍ୱାରା ସୃଷ୍ଟି ହେବ ୧୦ହଜାର ୬୭୭ ନିଯୁକ୍ତି ସୁଯୋଗ ।

ଧାତବ, ପର୍ଯ୍ୟଟନ, ବୟନ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ଓଡ଼ିଶା ଉତ୍ପାଦନ ଶିଳ୍ପର ହବ୍‌ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର ଓ 5T ଅଧୀନରେ ଶିଳ୍ପାୟନ ପ୍ରକ୍ରିୟାକୁ ସୁଗମ କରାଯିବ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିବ । ଏଥିପାଇଁ ଆରମ୍ଭ ହୋଇଛି ଗୋ ପ୍ଲସ ମୋବାଇଲ ସେବା । ସେହିଭଳି MSME କ୍ଷେତ୍ର ପାଇଁ ସୃଷ୍ଟି ହୋଇଛି ଲ୍ୟାଣ୍ଡ ବ୍ୟାଙ୍କ ସୁବିଧା । ଏବେ ସୁଦ୍ଧା ୧ଲକ୍ଷ ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ହୋଇଛି ।

ଚୌଦ୍ୱାରରେ ଆଜି ଉଦଘାଟିତ ହୋଇଛି ଲଜିଷ୍ଟିକ ପାର୍କ । ଲାଇଫଲାଇନ ପକ୍ଷରୁ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ପଞ୍ଚ ତାରକା ହୋଟେଲ । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ସଂପ୍ରସାରିତ ଶ୍ୟାମ ମେଟାଲିକ୍ସର ପେଲେଟ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିଛନ୍ତି । ସେହିପରି ଝାରସୁଗୁଡାରେ ଉଦଘାଟିତ ହୋଇଛି ଓ୍ୱାଟରପାର୍କ ଏବଂ ରମ୍ଭାରେ ପ୍ଲାଷ୍ଟିକ ବର୍ଜ୍ୟ ପ୍ରକ୍ରିୟାକରଣ ପାର୍କ ଉଦଘାଟିତ ହୋଇଛି ।

Share

Leave a Reply

Your email address will not be published. Required fields are marked *

nineteen + four =