ଚାଷୀଙ୍କ ଉନ୍ନତି ପାଇଁ ୨୦ ଟାର୍ଗେଟ

ଭୁବନେଶ୍ୱର() ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ଟି ଟାର୍ଗେଟ୍ କରିଛନ୍ତି। କୃଷି ବିଭାଗ ୫ଟି ଅଧିନକୁ ଆସିବା ପରେ ଟାର୍ଗେଟ୍ ସବୁ ଧାର୍ୟ୍ୟ କରାଯାଇଛି। ମୋ ସରକାର ସମ୍ପର୍କିତ କର୍ମଶାଲାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି , ଏପ୍ରିଲ୍ ୨୦୨୦ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀଙ୍କ ଡାଟା ବେସ୍। କାଳିଆ ଡାଟା ସହ ଖାଦ୍ୟ ସୁରକ୍ଷା, ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା ସମ୍ମିଳିତ ଡାଟା ବେସ୍ ପ୍ରସ୍ତୁତ ହେବ। ଡାଟା ବେସରେ ଭାଗ ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ସ୍ଥାନିତ ହେବେ। ୫ ବର୍ଷରେ ୭୮ ହଜାର ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ଟାର୍ଗେଟ୍ କରାଯାଇଛି। ଜାନୁୟାରୀ ପହିଲା ସୁଦ୍ଧା ମୋବାଇଲ ଆପରେ କୃଷି ବିଭାଗର ସବୁ ଯୋଜନା ଉପଲବ୍ଧ ହେବ।

Share

Leave a Reply

Your email address will not be published. Required fields are marked *

four + 17 =