ଯୁକ୍ତ ୨ରେ ବଢ଼ିବ ସିଟ୍ ସଂଖ୍ୟା

ଭୁବନେଶ୍ୱର: ଚଳିତବର୍ଷ ବିନା ପରୀକ୍ଷାରେ ପାସ କରିଛନ୍ତି ଛାତ୍ର ଛାତ୍ରୀ । ରାଜ୍ୟରେ ଯେତିକି ପିଲା ପାସ କରିଛନ୍ତି ସେହି ଅନୁପାତରେ ସିଟ୍ ନାହିଁ । ଯାହାକୁ ନେଇ ଦୁଇଦିନ ହେବ ତର୍କବିତର୍କ ଲାଗି ରହିଥିଲା । ତେବେ ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି କି, ନାମଲେଖା ନେଇ କୌଣସି ସମସ୍ୟା ହେବନାହିଁ । ଭଲ କଲେଜରେ ପଢ଼ିବା ଲାଗି ସମସ୍ତେ ଚାହାଁନ୍ତି । ଏଣୁ ଆବଶ୍ୟକସ୍ଥଳେ ସିଟ୍ ବଢ଼ିବ । କଲେଜ ଆଧାରରେ ସିଟ୍ ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ବାହାରିବ ବୋଲି କହିଛନ୍ତି ସମୀର ଦାଶ ।

Share

Leave a Reply

Your email address will not be published. Required fields are marked *

11 − 8 =