ପ୍ରତିଶୋଧ ନେବାକୁ  ଯାଇ ହତ୍ୟା କଲା ଧରମ ଭାଇ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ପୁରୁଣା ରାଗ ଶୁଝାଇବାକୁ ଯାଇ ଧରମ ଭଉଣୀର ମାଆ ଓ ବାପାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ଧରମ ଭାଇ। ମାଳବାଡ଼ ଗାଁରେ ସୁଧାକର ବିଶ୍ୱାଳଙ୍କ ତୃତୀୟ ଝିଅ ବାହା ହେବା ପରେ ତ୍ରିଲୋଚନ ସେନାପତି ନାମକ ଜଣେ ଯୁବକଙ୍କୁ ଧରମ ଭାଇ କରିଥିଲେ। ଝିଅର ଭାଇ ହିସାବରେ ତ୍ରିଲୋଚନ ସବୁବେଳେ     ସୁଧାକରଙ୍କ ଘରକୁ ଯା’ଆସ କରୁଥିଲା। ବର୍ଷେ ତଳେ ତ୍ରିଲୋଚନ ତାଙ୍କ ଧରମ ଭଉଣି ଠାରୁ ଏକ ସୁନାହାର ନେଇ ଯାଇଥିଲା। ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ମତୋ ଫାଣ୍ଡିରେ ଅଭିଯୋଗ କରିଥିଲେ।ଏହାର ପ୍ରତିଶୋଧ ନେବା ପାଇଁ ତ୍ରିଲୋଚନ ଘରକୁ ଆସି ସୁଧାକର ଓ ତାଙ୍କ ସ୍ତ୍ରୀ ସରଙ୍କ ସହିତ ଯୁକ୍ତିତର୍କ କରିଥିଲା। ପରେ ଏକ କାଠ ଫାଳିଆରେ ଉଭୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଘଟଣା ସ୍ଥଳରେ ସୁଧାକରଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।ପରେ ଗାଁ ଲୋକେ  ସୁଧାକର ଓ ତାଙ୍କ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁଧାକରଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।ଚାନ୍ଦବାଲି ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ତ୍ରିଲୋଚନ ଓ ତାଙ୍କ ମାଆଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Share

Leave a Reply

Your email address will not be published. Required fields are marked *

four × two =