ସରକାରୀ କର୍ମଚାରୀମାନଙ୍କ ମହଙ୍ଗାଭତ୍ତା ୨ ପ୍ରତିଶତ ବୃଦ୍ଧି

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର ଦେଲେ ରାଜ୍ୟ ସରକାର । ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କଲେ ସରକାର । ମୋଟ ୯ ପ୍ରତିଶତରେ ପହଞ୍ଚିଲା ମହଙ୍ଗା ଭତା । ପୁର୍ବରୁ ୭ ପ୍ରତିଶତ ଥିଲା ମହଙ୍ଗା ଭତା । ଏହି ବର୍ଦ୍ଧିିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ। ବର୍ଦ୍ଧିିତ ଭତ୍ତା ଯୋଗୁଁ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀ ମଧ୍ୟ ଉପକୃତ ହେବେ ।ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗାଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଗତ ଏପ୍ରିଲ ମାସରେ ମଧ୍ୟ ବଢ଼ିଥିଲା ୨ ପ୍ରତିଶତ ଭତା । ୫ ପ୍ରତିଶତରୁ ବଢ଼ି ୭ ପ୍ରତିଶତ ହୋଇଥିଲା, ଯାହା ଏବେ ୯ ପ୍ରତିଶତରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ଅନୁମୋଦନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − eleven =