ପୁଣି ଜବତ ହେଲା ବ୍ରାଉନସୁଗାର

ବାଲେଶ୍ୱର: ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଏସଟିଏଫ ଟିମ୍ ଚଢଉ କରିଛି । ୨ କିଲୋ ୪ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏଟିଏଫ ଟିମ୍ । ୨ଟି ବାଇକ ବି ଜବତ ସହ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲା ଜଳେଶ୍ୱରର ମମତାଜ ଖାନ୍ , ଜଗତସିଂହପୁରର ଉଦୟନାଥ ରଥ, କଟକ ୪୨ ମୌଜାର ପ୍ରଦୀପ ଦାସ । ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ବି ଶୀଘ୍ର ଧରାଯିବ ବୋଲି କ୍ରାଇମବ୍ରାଂଚ୍ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − eight =