ଓଡ଼ିଶାରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆସି ପହଂଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଠିକ୍ ଦିନ ୯ଟା ସମୟରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି ।ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା ସହ ବିଭିନ୍ନ ମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଆଗେଇ ଆସିଛନ୍ତି । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏହା ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଓଡ଼ିଶାଗ୍ରସ୍ତ ।

ବିଜେପିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ପୂର୍ବାହ୍ନ ୯ଟା ୩୦ରେ ରାଜ୍ୟ ସଂଗ୍ରହାଳୟ ଛକ, ୧୦ଟାରେ ସାମନ୍ତରାପୁର ଛକ, ୧୦ଟା ୩୦ରେ ଲିଙ୍ଗିପୁର ଛକରେ ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବ। ଦୁଇ ମନ୍ତ୍ରୀ ଏହି ଗସ୍ତ ସମୟରେ ବକୁଳ ବନ ପରିଦର୍ଶନେ ର ଯିବାର କାର‌୍ୟ୍ୟକ୍ରମ ରହିଛି।

Share

Leave a Reply

Your email address will not be published. Required fields are marked *

eight + nine =