ଆଜିଠାରୁ  ଆରମ୍ଭ +୨ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର() ଆଜିଠାାରୁ  ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା । ଅନଲାଇନ ମାଧ୍ୟମରେ ଏହି ସବୁ ପ୍ରକ୍ରିୟା ସମ୍ପାଦିତ ହେବ । ଆସନ୍ତୁ ଜାଣିବା କିଭଳି ଆବେଦନ କରାଯିବ ।

୧. ପ୍ରଥମେ ସାମସ ଓଡ଼ିଶା ପୋର୍ଟାଲ ଖୋଲନ୍ତୁ । ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ
୨. ଏହା ପରେ ହାଏର ସେକେଣ୍ଡାରୀ ସ୍କୁଲ (ଯୁକ୍ତ ଦୁଇ) ହୋମ ପେଜ ଖୋଲନ୍ତୁ ।
୩. ସେଠାରେ ଆପଣ ନିଉ ରେଜିଷ୍ଟ୍ରେସନ ଫର +୨ ଇ-ଆଡ଼ମିଶନ ୨୦୨୦ ଲିଙ୍କ ଉପରେ କ୍ଲିକ କରନ୍ତୁ ।
୪. ଏହା ପରେ ଆପଣଙ୍କ ଇ ମେଲ ଆଇଡ଼ି ଓ ମୋବାଇଲ ନମ୍ବର ଦେଇ ପେଜ ସାଇନ ଆପ କରନ୍ତୁ ।
୫. ସବମିଟ ବଟନ ଉପରେ କ୍ଲିକ କରନ୍ତୁ ।
୬. ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ।
୭. ସିକୁ୍ୟରିଟି କୋଡ଼ ପୂରଣ କରି ସବମିଟ ବଟନ ଉପରେ କ୍ଲିକ କରନ୍ତୁ ।
୮. ଏହା ପରେ ମୋବାଇଲକୁ ରେଜିଷ୍ଟ୍ରେସନ ନମ୍ବର ଓ ପାସୱାଡର଼୍ ଆସିବ ।
୯. ଏହା ପରେ ପେଜ ରେଜିଷ୍ଟ୍ରେସନକୁ ଲଗ ଇନ କରନ୍ତୁ । ମୋବାଇଲରେ ଆସିଥିବା ରେଜିଷ୍ଟ୍ରେସନ ନମ୍ବର ଓ ପାସୱାଡର଼୍ ଦିଅନ୍ତୁ ।
୧୦. ଆପ୍ଲିକେସନ ଫର୍ମ ପୂରଣ କରି ଫଟୋ ଅପଲୋଡ଼ କରନ୍ତୁ । ଏହାପରେ ସବମିଟ ବଟମ ଉପରେ କ୍ଲିକ କରନ୍ତୁ ।
୧୧. କନଫର୍ମେସନ ପେଜର ଏକ ପ୍ରିଂଟ ଆଉଟ ନେଇ ସାମସ ସେଂଟରରେ ଦେବାକୁ ପଡ଼ିବ ।

ଆବେଦନ ପାଇଁ ଏହି ଡକୁ୍ୟମେଂଟ ଦରକାର-:
ପାସପୋର୍ଟ ଫଟୋ, ମାଟ୍ରିକ ବୋଡର଼୍ ସାର୍ଟିଫିକେଟ, ସ୍କୁଲ ଲିଭିଂ ସାର୍ଟିଫିକେଟ, କଂଡକ୍ଟ ସାର୍ଟିଫିକେଟ, ଇମେଲ ଆଇଡ଼ି, ମୋବାଇଲ ନମ୍ବର, ଆଧାର କାଡର଼୍, ବ୍ୟାଙ୍କ ପାସବୁକ, ଫିସ । ସାଧାରଣ ଆବେଦନକାରୀଙ୍କ ପାଇଁ ୨୦୦ ଟଙ୍କା ଓ ଏସସି ଏସଟି ବର୍ଗଙ୍କ ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ ।

Share

Leave a Reply

Your email address will not be published. Required fields are marked *

ten − 9 =