୧୯ରେ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର() ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁ୍କ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଗତ ୧୨ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଅପରପକ୍ଷରେ ଅଗଷ୍ଟ ୩୧ ପୂର୍ବରୁ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ୨ ଲକ୍ଷ ୧୮୮୦୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିବାବେଳେ ୨୫୭୭୦ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି । କରୋନା ଯୋଗୁଁ ମୂଲ୍ୟାୟନ ବିଳମ୍ବିତ ହୋଇଥିଲା । ଫଳରେ ପରୀକ୍ଷା ଫଳ ପ୍ରକାଶ ସମୟ ବି ବହୁତ ଗଡ଼ିସାରିଲାଣି । ସିଏଚଏସଇ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

Share

Leave a Reply

Your email address will not be published. Required fields are marked *

9 + twenty =