କମିଲା +୨ ଆବେଦନ ଫି

ଭୁବନେଶ୍ୱର()  ଆସନ୍ତା ୨୧ ତାରିଖରୁ +୨ ଆଡମିଶନ ପାଇଁ ଆବେଦନ କରିହେବ । ଚଳିତ ବର୍ଷ +୨ ଆଡମିଶନ ନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।   ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଆବେଦନ କରିହେବ ।

ଅନ୍ୟପକ୍ଷରେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ ଫି’ କମାଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ତଦନୁଯାୟୀ ସାଧାରଣ ବର୍ଗ ଓ ଏସସି/ଏସଟି ପିଲାଙ୍କ ପାଇଁ ଶହେ ଟଙ୍କା ଫି’ ହ୍ରାସ କରାଯାଇଛି ।  ଏବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ରଖାଯାଇଛି ।  ଏସସି/ଏସଟି ପିଲାଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ରଖାଯାଇଛି । ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 4 =