ମାଡିଆସୁଛି ୨୦୨୧ର ପ୍ରଥମ ବାତ୍ୟା,ଓଡ଼ିଶା ଉପରେ ନାହିଁ ପ୍ରଭାବ

ଭୁବନେଶ୍ବର: ମାଡିଆସୁଛି ୨୦୨୧ର ପ୍ରଥମ ବାତ୍ୟା । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଆରବ ସାଗରରେ ଆସନ୍ତା ୧୬ ତାରିଖରେ ସୃଷ୍ଟି ହେବ ଏହି ସାମୁଦ୍ରିକ ଝଡ। ୧୪ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ ଏବଂ ମେ ୧୬ ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ସାମୁଦ୍ରିକ ଝଡର ପ୍ରଭାବ ଦେଖିବାକୁ ମିଳିବ । ବାତ୍ୟା ପ୍ରଭାବରେ ଏହି ସବୁ ରାଜ୍ୟଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି । ତେବେ ଓଡିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ରହିବ କି ରହିବାର ସମ୍ଭବନା ନାହିଁ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ତେବେ ଆଗାମୀ ଦିନେ ୨ ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ।

 

ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪ ତାରିଖ ସକାଳ ସୁଦ୍ଧା ସାମୁଦ୍ରିକ ଝଡ ଲଘୁଚାପରେ ପରିଣତ ହେବା ଆଶଙ୍କା ରହିଛି । ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ଲାକ୍ଷାଦ୍ବୀପରୁ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରିବାର ସମ୍ଭାବନା ରହିଛି । ପରେ ମେ ୧୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

ସମ୍ଭାବିତ ବାତ୍ୟାକୁ ନଜରରେ ରଖି ସମୁଦ୍ରକୂଳବର୍ତ୍ତୀ ରାଜ୍ୟଗୁଡିକରେ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଶୁକ୍ରବାର ଠାରୁ ସମୁଦ୍ର ମଧ୍ୟକୁ ନଯିବାକୁ ଚେତାବନୀ ଦିଆଯାଇଛି । ଏହା ସହିତ ପୂର୍ବରୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ବୁଧବାର ସୁଦ୍ଧା ତୁରନ୍ତ ଫେରି ଆସିବାକୁ ନିର୍ଦେଶ ଦିଆଯାଇଛି । ଗୁରୁବାର ଠାରୁ ଲାକ୍ଷାଦ୍ବୀପ ଏବଂ ଏହାର ଆଖପାଖ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ୬୦ର ୮୦ କିମି ଯାଏଁ ପବନ ବହିପାରେ । କେରଳ, ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର କୂଳବର୍ତ୍ତୀ ଅୟ୍ଚଳଗୁଡିକରେ ରବିବାର ଯାଏଁ ପବନ ବହିବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

three × one =