୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଟ୍ରପ ଲାଇନ୍ ସକ୍ରିୟ ଅଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କାଲି ସକାଳ ସୁଦ୍ଧା ଏହି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି ।

୧୯ ଜିଲ୍ଲା ମଧ୍ୟରୁ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୫ଟି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ। ସେହିପରି ଅନ୍ୟ ୧୪ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୧୪ ଟି ଜିଲ୍ଲାଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ।

ଜୁନ ୧ ରୁ ୧୦ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରେ ୨୫୩.୯ ମିମି ବର୍ଷା ହୋଇଛି । କିନ୍ତୁ ୩୧୬ ଦଶମିକ ୩ ମିଲିମିଟର ହେବା କଥା । ୨୦ ପ୍ରତିଶତ କମ ବର୍ଷା ହେଇଛି । ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେଇଛି । ଭଦ୍ରକ, ଗଜପତି ଓ ଯାଜପୁରରେ ସବୁଠୁ କମ୍ ପ୍ରତିଶତ ବର୍ଷା ହୋଇଛି । ଅନ୍ୟପଟେ ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 1 =