ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘଦିନ ପରେ ଦୈନିକ ସଂକ୍ରମଣରେ କିଛିଟା ହ୍ରାସ ପରିଲକ୍ଷିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୫୫ ଏବଂ ସ୍ଥାନୀୟ ସଂକ୍ରମିତ ୬୯୩ ଜଣ ରହିଛନ୍ତି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନଗୁଳ ଜିଲାରୁ ୮୯, ବାଲେଶ୍ୱର ୮୩, ବରଗଡ ୧୭, ଭଦ୍ରକ ୭୭, ବଲାଙ୍ଗୀର ୧, ବଉଦ ୫, କଟକରୁ ସର୍ବାଧିକ ୩୩୫ ଏବଂ ଦେବଗଡରୁ ଜଣେ ମାତ୍ର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଢେଙ୍କାନାଳ ଜିଲାରୁ ୫୪, ଗଜପତି ୫, ଗଞ୍ଜାମ ୧୧, ଜଗତସିଂହପୁର ୧୧୨, ଯାଜପୁର ୧୧୩, ଝାରସୁଗଡା ୯, କଳାହାଣ୍ଡି ୧୧, କନ୍ଧମାଳ ୧୫, କେନ୍ଦ୍ରାପଡା ୫୦ ଏବଂ କେନ୍ଦୁଝର ଜିଲାରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲାରୁ ୨୩୦, କୋରାପୁଟ ୬, ମାଲକାନାଗିରି ୩୫, ମୟୁରଭଞ୍ଜ ୭୭, ନବରଙ୍ଗପୁର ୧୨, ନୟାଗଡ ୭୩ ଏବଂ ନୂଆପଡା ଜିଲାରୁ ୭ ଚିହ୍ନଟ ହୋଇଛନ୍ତି। ପୁରୀରୁ ୬୭, ରାୟଗଡା ୨୧, ସମ୍ବଲପୁର ୨୪, ସୋନପୁର ୧୦, ସୁନ୍ଦରଗଡ ୩୩ ଏବଂ ଷ୍ଟେଟପୁଲରୁ ୪୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଦିନକରେ ୨୪୯୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏପର‌୍ୟ୍ୟନ୍ତ ୧୫୧୩୫୮୬୨ ନମୁନା ପରୀକ୍ଷା କରାଯାଇସାରିଛି। ସେମାନଙ୍କ ମଧ୍ୟରୁ ୯୫୫୯୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୩୦୪୧୮ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୨୦୩୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × five =