ବର୍ଷକରେ ୧୬୦ ମାଓବାଦୀ ନିହତ

ଭୁବନେଶ୍ୱର: ଗୋଟିଏ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଜି ଏଭଳି ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ କମିଟି । କରୋନାରେ ଟପ୍ ମାଓନେତା ହରି ଭୂଷଣଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ହରି ଭୂଷଣ ନାଁରେ ୪୦ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଥିଲା । ଦଣ୍ଡକାରଣ୍ୟରେ ଏନକାଉଣ୍ଟରରେ ୧୦୧ ମାଓବାଦୀଙ୍କ ନିଧନ ହୋଇଛି । ତେବେ ଏଥି ମଧ୍ୟରୁ ଓଡ଼ିଶାରୁ ୧୪, ଓଡ଼ିଶା-ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪ ଓ ବିହାର-ଝାରଖଣ୍ଡରେ ୧୧ ମାଓବାଦୀଙ୍କ ନିହତ ହୋଇଛି । ସେପଟେ ବର୍ଷକରେ ୩୦ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

four × 1 =