ପଂଚଦଶ ଅର୍ଥ କମିଶନଙ୍କ ୪-ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର () ପଂଚଦଶ ଅର୍ଥ ଆୟୋଗ ଏହାର ଅଧ୍ୟକ୍ଷ, ଶ୍ରୀ ଏନକେ ସିଂଙ୍କ ନେତୃତ୍ବରେ ଏକ ଟିମ ଆଜିଠୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ବୈଠକରେ ଯୋଗଦେବେ । ବୈଠକ କାଳରେ ଆୟୋଗ ରାଜ୍ୟର ଆର୍ଥିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

ପଂଚାୟତିରାଜ ସଂସ୍ଥା ଏବଂ ସ୍ଥାନୀୟ ପୌର ପ୍ରଶାସନର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଏକ ବୈଠକରେ ଆୟୋଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆୟୋଗ ଏହି ଗସ୍ତ କାଳରେ ମଧ୍ୟ ରାଜ୍ୟର ଶିଳ୍ପ ବାଣିଜ୍ୟ ସଂଗଠନର ପ୍ରତିନିଧି ଏବଂ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବେ ।

ରାଜ୍ୟ ସରକାରଙ୍କ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମ-ଓଡ଼ିଶା ସରକାରଙ୍କ ଅଧୀନ ଏକ ସ୍ବୟଂଶାସିତ ସୋସାଇଟି ଓଡ଼ିଶା ଜୀବିକା ମିଶନ (ଓଏଲଏମ)ର ସମୀକ୍ଷା କରିବା ଲାଗି ଆୟୋଗ କ୍ଷେତ୍ର ପରିଦର୍ଶନ କରିବେ । ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି), ପାନୀୟ ଜଳ ଯୋଗାଣ, ବାତ୍ୟା ଆଶ୍ରୟସ୍ଥଳ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଆୟୋଗ ବୁଲିଦେଖିବେ । ଆୟୋଗ ଚିଲିକା ଉନ୍ନୟନ କର୍ତୃପକ୍ଷ ସମେତ ଆର୍ଦ୍ରଭୂମି ଗବେଷଣା କେନ୍ଦ୍ର ଦ୍ବାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବେ । ଆୟୋଗଙ୍କର ଏହା ୧୫ତମ ରାଜ୍ୟ ଗସ୍ତ ।

Share

Leave a Reply

Your email address will not be published. Required fields are marked *

1 × four =