ପୁଲିସ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କାମାକ୍ଷାନଗର() ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଜାରି । କପି ରୋକିବାକୁ ୧୪୪ ଧାରା ଜାରି କରାଯାଇଛି । ଏଠାରେ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ପୁଲିସ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ।

ସୂଚନା ଅନୁସାରେ, ଶନିବାର ଇଂରାଜୀ ପରୀକ୍ଷା ବେଳେ ଅଭିଭାବକମାନେ ଖୁଲମଖୁଲା ସ୍କୁଲ କାନ୍ଥ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ। କେବଳ କଙ୍କଡ଼ାହାଡ଼ ନୁହେଁ ଜିଲ୍ଲାର ୮୩ଟି ପରୀକ୍ଷା ସେଣ୍ଟରରେ କଡାକଡ଼ି ଭାବେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଆଜି ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ଏହାକୁ ଆଖି ଆଗରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × two =