ଶ୍ରୀକ୍ଷେତ୍ରରେ ଲାଗୁ ହେବ ୧୪୪ ଧାରା

ପୁରୀ: ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀର ବିଭିନ୍ନ ସ୍ଥାନରେ ଜାରି ହୋଇଛି ୧୪୪ ଧାରା । ଜନସମାଗମକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏ ବଳବତ୍ତର ରହିବ । କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପୁରୀକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ । ଆଦେଶର ଉଲ୍ଲଂଘନ କଲେ ଆଇନ ଅନୁସାରେ କାର‌୍ୟ୍ୟାନୁଷ୍ଠାନ ହେବ ।

Share

Leave a Reply

Your email address will not be published. Required fields are marked *

three × 4 =