ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ; ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ପାଳନ

କଳାହାଣ୍ଡି: ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ସବୁଠି ଦେଖିବାକୁ ମିଳିଛି ଚର୍ଚ୍ଚା । ଏହି ମିଷ୍ଟ୍ରିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ବିରୋଧୀମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟା କଳାହାଣ୍ଡି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି। କାର୍ୟ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି, ସିବିଆଇ ତଦନ୍ତ ସହ ଦୋଷୀକୁ ଧରିବାକୁ ଦାବିରେ ବନ୍ଦ ପାଳନ କରାଯାଉଛି।

Share

Leave a Reply

Your email address will not be published. Required fields are marked *

15 − 8 =