ରାଜ୍ୟରେ ଆଜି ୧୧୩୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫ ରହିଛନ୍ତି। ଅନୁଗୁଳ ଜିଲାରୁ ୨୫, ବାଲେଶ୍ୱର ୭୦, ବରଗଡ ୧୦, ଭଦ୍ରକ ୧୪, ବଲାଙ୍ଗିର ୭, ବଉଦ ୪ ଓ କଟକ ଜିଲାରୁ ୧୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୪, ଢେଙ୍କାନାଳ ୧୧, ଗଞ୍ଜାମ ୨, ଜଗତସିଂହପୁର ୪୨, ଯାଜପୁର ୨୯, ଝାରସୁଗୁଡା ୧, କଳାହାଣ୍ଡିରୁ ୭ ଜଣ ଚିହ୍ନଟ ହୋଇଛନ୍ତି।

ଏହି ସମୟ ମଧ୍ୟରେ କନ୍ଧମାଳରୁ ୪, କେନ୍ଦ୍ରାପଡା ୨୭, କେନ୍ଦୁଝର ୧୫, ଖୋର୍ଦ୍ଧା ୪୧୦ ଓ କୋରାପୁଟରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ମାଲକାନଗିରିରୁ ୧୦, ମୟୁରଭଞ୍ଜ ୪୦, ନବରଙ୍ଗପୁର ୧, ନୟାଗଡ ୩୧, ପୁରୀ ୨୨, ରାୟଗଡା ୭ ଓ ସମ୍ବଲପୁରରୁ ୧୫ ଚିହ୍ନଟ ହୋଇଛନ୍ତି। ଏଥିସହିତ ସୋନପୁର ୧, ସୁନ୍ଦରଗଡ ୨୩ ଓ ଷ୍ଟେଟପୁଲରୁ ୯୪ ଚିହ୍ନଟ ହୋଇଛନ୍ତି।

କଟକ ଓ ଖୋର୍ଦ୍ଧା ଜିଲା ସବୁଠାରୁ ଚିନ୍ତାର କାଣର ପାଲଟିଥିବାବେଳେ ବାଲେଶ୍ୱର ଜିଲାରେ ମଧ୍ୟ ସଂକ୍ରମଣ ବୃଦ୍ଧିପାଇଛି। ଦିନକ ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୧୦୬୩୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

two × 2 =