ଆକ୍ସନ ମୁଡରେ ଅରୁଣ : 10 ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ

ଭୁବନେଶ୍ବର () ଆଜି କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଶହୀଦ ନଗର ଠାରେ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ , ଭୁବନେଶ୍ୱର କୁ ଅଚାନକ ଗସ୍ତ କରିଥିଲେ । ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ଏବଂ ବୁଲାକୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କେନ୍ଦ୍ର ପରିଦର୍ଶନ କରିବାସହିତ ଉପସ୍ଥାନ ଖାତା ଯାଞ୍ଚ କରିଥିଲେ । ଅନୁପସ୍ଥିତ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦ୍ଧେଶ ଦେଲେ ।

ଏଥିସହିତ ଦିନ୧୦.୩୦ ମିନିଟରେ ରାଜ୍ୟ ମାନ ନିୟନ୍ତ୍ରଣ ପରୀକ୍ଷାଗାରକୁ ଗସ୍ତ କରିଥିଲେ ।ବିଭିନ୍ନ ଗବେଷଣା କେନ୍ଦ୍ର ବୁଲି ଦେଖିବା ସହିତ ସମ୍ମିଳନୀ କକ୍ଷରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ରକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ନିର୍ଦ୍ଧେଶ ଦେଲେ । ନିମ୍ନମାନର କୀଟନାଶକ ପ୍ରସ୍ତୁତକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ୧୦ ଜଣ କୃଷି ଉପ-ନିର୍ଦେଶକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

six − five =